ଉମରକୋଟ,(ଉତ୍କଳ ନ୍ୟୁଜ୍୭) : ନା ଆମେ ଗଛ କାଟିବୁ ନା ଅନ୍ୟ କାହାକୁ କାଟିବାକୁ ଦେବୁ କିଛି ଏଭଳି ପ୍ରତିଜ୍ଞା ନେଇ ରକ୍ଷା ବନ୍ଧନ ରେ ଗଛ କୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗ ରେ ରକ୍ଷା ବନ୍ଧନ ପାଳିଲେ ଓଡିଶା ଛତିଶଗଡ ସୀମାନ୍ତ ଗ୍ରାମ ଗୁଡିକରେ । ଗଛ ହିଁ ଜୀବନ,ଏ କଥା କୁ ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ଓଡିଶା - ଛତିଶଗଡ଼ ସୀମାନ୍ତ ଅନନ୍ତପୁର ଗାଗଡା ଭଳି ଅନେକ ଗ୍ରାମର ଗ୍ରାମବାସୀ । ବିକାଶ ର ଦ୍ୱାହି ଦେଇ ଜଗତିକରଣ ନାମରେ ଦିନ କୁ ଦିନ ବଳି ପଡି ଧୀରେ ଧୀରେ ଅବକ୍ଷୟ ହେବାକୁ ବସିଥିବା ଜଙ୍ଗଲ କୁ ସୁରକ୍ଷା କରିବାର ସଂକକ୍ପ ନେଇ ଆଗକୁ ଆସିଛନ୍ତି ଆଦିବାସୀ ଅଧ୍ୟୁଷ୍ୟିତ ଅଞ୍ଚଳ ର ଲୋକେ । ଗଛ ର ସୁରକ୍ଷା ନେଇ ଆଗେଇ ଆସିଛନ୍ତି ସୀମାନ୍ତ ବର୍ତି ବିଭିନ୍ନ ଗାଁ ର ଲୋକେ । ଆଉ ରାକ୍ଷୀ କୁ ଏହାର ମାଧ୍ୟମ ଭାବି ରାକ୍ଷୀ ପୂର୍ଣ୍ଣିମା ରେ ନିଆରା ଢଙ୍ଗ ରେ ରକ୍ଷା ବନ୍ଧନ କରିଛନ୍ତି ସୀମାନ୍ତ ଅନନ୍ତପୁର ଗ୍ରାମବାସୀ । ସମସ୍ତ ଗ୍ରାମବାସୀ ଜଙ୍ଗଲ କୁ ଯାଇ ବିଧି ପୂର୍ବକ ଗଛ କୁ ପୂଜାର୍ଚ୍ଚନା ବନ୍ଦାପନା କରି ରାକ୍ଷୀ ବାନ୍ଧି ଗଛ ର ସୁରକ୍ଷା ଯୋଗାଇବାର ପଣ କରିଛନ୍ତି ।