ରଣପୁର,(ଉତ୍କଳ ନ୍ୟୁଜ୍୭),୧୦।୯ : ଗୁରୁରାଟର ସୁରଟରେ କାମ କରୁଥିବା ରଣପୁର ବିଧାନସଭା ସ୍ଥିତ ପାଇକବୋଡା ଗ୍ରାମର ବାସିନ୍ଦା ସରତ ମୁଦୁଲି ୩ ଦିନ ପୂର୍ବେ ଭୀଷଣ ରୋଗରେ ପୀଡିତ ହୋଇ ଟ୍ରେନରେ ଘରକୁ ଫେରୁଥିବା ବେଳେ ମଧ୍ୟପ୍ରଦେଶର ଉଜ୍ଜୟିନୀର ନାଗଦା ଜଙ୍କସନରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ପୁରୀ ସାଂସଦ ସମ୍ବିତ ପାତ୍ର ସେଠାକାର ସ୍ଥାନୀୟ ଜନପ୍ରତିନିଧିଙ୍କ ସହ କଥା ହୋଇ, ସରତ ମୁଦୁଲିଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମକୁ ଆମ୍ବୁଲାନ୍ସ ଯୋଗେ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ। ଗତକାଲି ସରତ ମୁଦୁଲିଙ୍କ ମୃତ ଦେହ ଗ୍ରାମକୁ ଫେରିଲା ପରେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମୃତକଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ପାରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଅବସରରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ସରତ ମୁଦୁଲିଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତ । ତାଙ୍କ ପରିବାରକୁ ଭେଟି ମୁଁ ମୋର ସମବେଦନା ଜଣାଇଲି । ଏହି ଶୋକ ସମୟରେ ମୁଁ ତାଙ୍କ ପରିବାର ସହିତ ଛିଡା ହୋଇ ରହିଛି । ମହାପ୍ରଭୁ ତାଙ୍କ ଶ୍ରୀଚରଣରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ ।