ବିଳାସ ଭାରତୀ କଳା କେନ୍ଦ୍ର ର ମାସିକ ବୈଠକ ଅନୁଷ୍ଠିତ।

utkalnews7
By
0

 


ଟାଙ୍ଗୀ, (ଉତ୍କଳ ନ୍ୟୁଜ୍୭),୨୫।୫ : ବିଳାସ ଭାରତୀ କଳାକେନ୍ଦ୍ର, ଟାଙ୍ଗୀର ମାସିକ ବୈଠକ ସ୍ଥାନୀୟ ମା'ଚଣ୍ଡୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଠା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠାନର ବିଭିନ ସମସ୍ୟା ଉପରେ ସମ୍ୟକ ଆଲୋଚନା କରାଯାଇଥିଲା । ଯାହାକି ଟାଙ୍ଗୀ ତଥା ଏହାର ଆଖପାଖର ଅଧିକ ପିଲା କିଭଳି କଳାପ୍ରତି  ଆଗ୍ରହ ପ୍ରକାଶ କରିବା ସହ ସେମାନଙ୍କର ପିତାମାତା ଏଥିପ୍ରତି କିପରି ଅଧିକ ଯତ୍ନବାନ ହେବେ,ମାସିକ ସଂଗୀତ ଅସରକୁ ଗୁରୁତ୍ୱ ଦେବା, ସଂଗୀତ  ଚିକିତ୍ସା ଜୀବନ ରକ୍ଷ୍ୟା ମନ୍ତ୍ର କୁ କିଭଳି ଘରେ ଘରେ ପହଞ୍ଚାଇ ଜନ ମାନସରେ ଆଦୃତ କରିବା ସହ ଅନୁଷ୍ଠାନର ଭବିଷ୍ୟତକୁ କିଭଳି ସାକାର କରିବା  ଉପରେ  ଉପସ୍ଥିତ ସଭ୍ୟ ସଭ୍ୟା ମାନେ ଆଲୋଚନାରେ  ଉପସ୍ଥିତ ରହି ନିଜନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅନୁଷ୍ଠାନର ଆଇନ ପରାମର୍ଶଦାତା ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମହାନ୍ତି,ଉପଦେଷ୍ଟା ଅରୁଣ କୁମାର ମହାନ୍ତି,ସମ୍ପାଦକ ସୁଶୀଲ ମହାପାତ୍ର, ସହ ସମ୍ପାଦକ  ଧ୍ୟାନେନ୍ଦ୍ର କୁମାର ସାହୁ, ବି. ସଂଘମିତ୍ରା ସାହୁ, ସନ୍ଧ୍ୟାରାଣୀ ପଟ୍ଟନାୟକ, ଜିତେନ୍ଦ୍ର କୁମାର ବେହେରା, ଜିତେନ୍ଦ୍ର କୁମାର ବିଶ୍ୱାଳ,ମାଧବ ମହାରଣା ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବୈଠକ କୁ ସଫଳ କରିଥିଲେ। ପରିଶେଷରେ ବି. ସଂଘମିତ୍ରା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*