ପ୍ରେସ କାଉନ ସିଲ ମନୋନୀତ ସଦସ୍ୟ ଡା ସମ୍ବିତ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଲେ ନୟାଗଡ଼ ଜ଼ିଲା ବିଜେପି ସଭାପତି ଓ ରଣପୁର ବ୍ଲକ ଅଧକ୍ଷ୍ୟା ।


ରଣପୁର,୨୯।୫,(ଉତ୍କଳ ନ୍ୟୁଜ୍୭) : ଲୋକସଭା ବାଚସ୍ପତି ଓମ ବିର୍ଲା ଭାରତର ସମ୍ମାନଜନକ ସଂସ୍ଥା ପ୍ରେସ କାଉନ ସିଲର ସଦସ୍ୟ ରୂପେ ପୁରୀ ର ଜନପ୍ରିୟ ସାଂସଦ ଅଭିଜ୍ଞ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତ ଡା ସମ୍ବିତ ପାତ୍ର ମନୋନୀତ ହୋଇଥିବାରୁ ନୟାଗଡ଼ ଜ଼ିଲା ରେ ଖୁସିର ଲହରୀ ଖେଳିଯାଇଛି । ସବୁ ବର୍ଗର ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖୁଥିବା ସାଂସଦ ଡା ପାତ୍ର ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଆର୍ଥିକ ବିକାଶ ଦିଗରେ କିଛି ପଦକ୍ଷେପ ନେବାର ଆଇନ ଗତ ସୁଯୋଗ ପାଇଛନ୍ତି। ଏଥିପାଇଁ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି ।ଏହି ଅବସରରେ ଯୁବ ବିଜେପି କର୍ମୀ ମାନଙ୍କ ସହିତ ନୟାଗଡ଼ ଜ଼ିଲା ସଭାପତି ତାପସ ରଞ୍ଜନ ମାର୍ଥା ଓ ରଣପୁର ପଞ୍ଚାୟତ ସମିତି ଅଧକ୍ଷ୍ୟା ନିର୍ମଳା ବେହେରା ପ୍ରମୁଖ ଡା. ସମ୍ବିତ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Previous Post Next Post