ମଙ୍ଗଳାଯୋଡ଼ିରେ ବିକାଶ ମେଳା ଅନୁଷ୍ଠିତ।

utkalnews7
By
0


ଟାଙ୍ଗୀ,୨୧/୬,(ଉତ୍କଳ ନ୍ୟୁଜ୍୭):ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ପଂଚାୟତ ସ୍ତରୀୟ ବିକାଶ ମେଳା ରାଉଳସାହି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରେ ବିଜେପିସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦ୍ୱାରା କରାଯାଇଥିବା ବିଭିର୍ଣ୍ଣ ଲୋକହିତକର କାର୍ଯ୍ୟ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସାରା ବିକାଶ ବାହନ ପରିକ୍ରମା କରୁଅଛି। ଏହି ବାହନ ମଙ୍ଗଳା ଯୋଡି ଠାରେ ପହଂଚିବା ପରେ ଅଞ୍ଚଳ ବାସୀ ଏହାକୁ ସ୍ୱାଗତ କରିଥିଲେ। ୭୦ବର୍ଷବୟସ୍କ ବ୍ୟକ୍ତି ଙ୍କୁ ଵୟୋ ବନ୍ଦନା ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।ସରକାରୀ ଯୋଜନା ସମ୍ପର୍କରେ ପାଲା ପରିବେଷଣ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇ ଥିଲା। ସମାଜରେ ଅଶାନ୍ତ ବାତାବରଣ ସୃଷ୍ଟି କରି ଏହାକୁ ଧ୍ବଂସ କରିବା ଦିଗରେ ବିଭିର୍ଣ୍ଣ ମାଦକ ଦ୍ରବ୍ୟର ଯଥେଷ୍ଟ ଭୂମିକା ରହିଛି। ଏହାକୁ ବର୍ଜନ କରି ସୁସ୍ଥ ସମାଜ ଗଠନ ନିମିତ୍ତ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ ପ୍ରତିଶୃତି ଦେଇଥିବା ୧୧ଟି ପାଳନ ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ସରପଞ୍ଚ ମାନସ ରଞ୍ଜନ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ପଂଚାୟତ ନିର୍ବାହୀ ଅଧିକାରୀ ଅନୁପ୍ରିୟା ସିଂହ ଏଡିଇଓ ମମତା ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁକାନ୍ତ କୁମାର ବେହେରା, ବନ ରକ୍ଷୀ ପ୍ରଦୀପ କୁମାର ସାହୁ, ନିରଞ୍ଜନ ମହାରଣା, ସ୍ୱାସ୍ଥ୍ୟ କର୍ମୀ ବିଷ୍ନୁପ୍ରିୟା ବେହେରା, କୃଷକ ସାଥୀ ବିଜୟ କୁମାର ମହାରଣା, ଆଶା କର୍ମୀ ଲଷ୍ମୀପ୍ରିୟା ପଟନାୟକ, ଜାନକୀ ବେହେରା ଓ ଶାନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରି ଏହି ମେଳକୁ ସଫଳ କରିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*