ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଗବେଷକମାନଙ୍କୁ ମିଳିଛି ଏହି ଅପୂର୍ବ ସଫଳତା :ଚିଲିକାର ଦଳରୁ ପ୍ରସ୍ତୁତ ହେବ ଚର୍ମ କର୍କଟ ରୋଗର ବିଷଲ୍ୟ କରଣୀ।

utkalnews7
By
0


ଟାଙ୍ଗୀ,୨୫।୬,(ଉତ୍କଳ ନ୍ୟୁଜ୍୭): ପ୍ରକୃତିର ଗନ୍ତାଘର ତଥା ଅପୂର୍ବ ସୌନ୍ଦର୍ଯ୍ୟ ଓ ମତ୍ସ୍ୟ ସମ୍ପଦର ଘର ମରାଳ ମାଳିନୀ ନୀଳମ୍ବୁ ଚିଲିକା ଏବେ ଏହାର ଦଳରୁ ଚର୍ମ କର୍କଟ ରୋଗ ପାଇଁ ଔଷଧ ଯୋଗାଇବାକୁ ଯାଉଛି।ବିଗତ ୨୦୧୪ମସିହା ଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ଲୁନା ସାମନ୍ତଙ୍କ ତତ୍ୱାବଧାନରେ ୩ଜଣ ଯୁବ ଗବେଷକ ଚିଲିକାର ଦଳକୁ ନେଇ ଗବେଷଣା ଚଳାଇ ଚର୍ମ କର୍କଟ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଲୋଶନ ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଜଣାପଡିଛି।ଚିଲିକା ବିଭିର୍ଣ୍ଣ ପ୍ରକାର ଦଳରେ ପରିପୂର୍ଣ ଚିଲିକାର ଚାରି ଦଳକୁ ନେଇ ଦୀର୍ଘ ୭ବର୍ଷ ଧରି ଗବେଷଣା କରିବା ଦ୍ୱାରା ଏହି ସଫଳତା ମିଳି ପାରିଛି।ପ୍ରଫେସର ଲୁନା ସାମନ୍ତଙ୍କ ତତ୍ୱାବଧାନରେ ଡ଼ଃ. ସୌମ୍ୟ ରଞ୍ଜନ ଜେନା, ବ୍ୟା୍ୟୋ ଟେକନୋଲୋଜି ବିଭାଗର ଡ଼ଃ ଜ୍ୟୋସ୍ନାରାଣୀ ପ୍ରଧାନ ଓ ପ୍ରଫେସର ଶିବ ପ୍ରସାଦ ଅଧିକାରୀ ପ୍ରମୁଖ ଏହି ଗବେଷଣାରେ ସମ୍ପୃକ୍ତ ଥିଲେ।ଗବେଷଣା ସଫଳ ହେବାପରେ ଏହାକୁ ପେଟେଣ୍ଟ କରିବା ପାଇଁ ୨୦୨୧ମସିହାରେ କେନ୍ଦ୍ର ସରକାରଙ୍କୁ ଆବେଦନ କରାଯାଇଥିଲା।ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ କେନ୍ଦ୍ର ସରକାର ଚଳିତ ବର୍ଷ ଫେବୃଆରୀ ମାସରେ ଅନୁମୋଦନ କରିଥିବା ଜଣାପଡିଛି।ଗବେଷକ ଡ଼ଃ ସୌମ୍ୟ ରଞ୍ଜନ ଜେନା ସୂଚନା ଦେଇଛନ୍ତି ଯେ, ଏହି ଚାରିଦଳ ଚିଲିକାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏହାକୁ ନେଇ ଗବେଷଣା କରିବା ପରେ ଏଥିରୁ ଲୋଶନ ପ୍ରସ୍ତୁତ କରି ଚର୍ମ କର୍କଟ ରୋଗ ନିରାକରଣ କରିବା ଦିଗରେ ଏହା ବିଷଲ୍ୟ କରଣୀ ସାବ୍ୟସ୍ତ ହେଲା।ଏଣୁ ଏହାକୁ ପେଟେଣ୍ଟ କରିବାକୁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ନିମିତ୍ତ ପଠାଯାଇଥିଲା।ଯାହାର ମଞ୍ଜୁରୀ ମିଳିଛି।ବିଭିର୍ଣ୍ଣ ଔଷଧ କମ୍ପାନୀ ଏହାକୁ ପ୍ରସ୍ତୁତ କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି।ଖୁବଶୀଘ୍ର ଏହି ଔଷଧ ପ୍ରସ୍ତୁତ ହୋଇ ବଜାରକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।ସ୍ୱଳ୍ପ ମୂଲ୍ୟରେ ଏହି ଲୋଶନ ସାଧାରଣ ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଗବେଷକ ମାନେ ଆଶା ପ୍ରକଟ କରିଛନ୍ତି।ଏହି ଖବର ମିଳିବା ପରେ ଚିଲିକା ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଏନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ବିନୀତ କୁମାର ଜେନା ମତରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଓ ଅତ୍ୟଧିକ ଖରା ସମୟରେ କାମ କରିବା ଦ୍ୱାରା ଚର୍ମ କର୍କଟ ରୋଗ ହୋଇଥାଏ। ତେଣୁ ଚିଲିକା ଦଳରେ ଚର୍ମ କର୍କଟ ପ୍ରତିଷେଧକ ମଲମ ଉତ୍ପାଦନ ହେବାକୁ ଯାଉଥିବା ଜାଣି ସେ ଖୁସୀ ବ୍ୟକ୍ତ କରିଛନ୍ତି।ଗବେଷକ ମାନଙ୍କ ଗବେଷଣାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ପ୍ରସ୍ତୁତ ହେବାକୁ ଥିବା ମଲମ ଚର୍ମ କର୍କଟ ରୋଗ ପ୍ରତିରୋଧ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ଏହା ଫଳରେ ସାଧାରଣ ଜନ ଗଣଙ୍କୁ ବହୁ ବିଦ୍ଧ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ଚିଲିକା ଆଉ ଏକ ଫର୍ଦ୍ଧ ଯୋଡି ଦେଲା।

Post a Comment

0 Comments

Please Select Embedded Mode To show the Comment System.*