ବଙ୍କାଡଗଡ଼ରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା ।

utkalnews7
By
0

 

ଖୋର୍ଦ୍ଧା,୫।୭,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ର ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡଗଡ଼ ଗାଁରେ ଥିବା ଷଷ୍ଠ ଶତାବ୍ଦୀର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି ।ସୂଚନା ଯୋଗ୍ୟଯେ ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡଗଡ଼ ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା I ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ ରାଜ୍ୟ ପ୍ରତ୍ନତତ୍ତ୍ୱକୁ ଦାୟିତ୍ୱ ଦେଇଥିଲେ I୨୦୨୪ରେ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଥିଲା । ଫଳରେ ଏଏସ୍‌ଆଇ ଏହି ଐତିହ୍ୟସ୍ଥଳୀକୁ ନିକଟରେ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି । ‘ଓଡ଼ିଆ ଅସ୍ମିତା’ର ପରିଚୟ ସ୍ୱରୂପ ଏହି କୀର୍ତ୍ତିରାଜିର ସୁରକ୍ଷା ଲାଗି ଏଏସ୍‌ଆଇର ଘୋଷଣା ରାଜ୍ୟ ଲାଗି ଖୁସିର ବିଷୟ ବୋଲି ମନ୍ତ୍ରୀ ଶ୍ରୀହରିଚନ୍ଦନ କହିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*