ଟାଙ୍ଗୀ, ୨୩।୦୮, (ଉତ୍କଳ ନ୍ୟୁଜ୍ ୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଟାଙ୍ଗୀ ସଦର ମହକୁମାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ) ଘୋଷଣା ପାଇଁ ଜନ ଆନ୍ଦୋଳନ ପାଇଁ ସରିଛି ପ୍ରସ୍ତୁତି ବୈଠକ। ବିଜୁ ଜନତା ଦଳ ପକ୍ଷରୁ ଟାଙ୍ଗୀ ରେ ହେବ ଜନ ଆନ୍ଦୋଳନ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳକୁ ଘଇଉ (ବିଜ୍ଞାପିତ ଅଞ୍ଚଳ) କରାଗଲା ବୋଲି ଘୋଷଣା କରିଥିଲେ, ତା’ପରେ ସରକାର ବଦଳି ଗଲା ଏବଂ ନୂଆ ସରକାର ଆସିବା ପରେ ଟାଙ୍ଗୀ ଅଞ୍ଚଳକୁ (ବିଜ୍ଞାପିତ ଅଞ୍ଚଳ) ଘୋଷଣା ନେଇ କୌଣସି ସରକାରୀ ନଥିପତ୍ର ନାହିଁ ବୋଲି ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଯାହାକୁ ନେଇ ଟାଙ୍ଗୀ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନର ସରକାର ସ୍ଵାଧୀନତା ଦିବସ ଅବସରରେ ୨୧ ଗୋଟି (ବିଜ୍ଞାପିତ ଅଞ୍ଚଳ) ଘୋଷଣା କରିଥିବା ବେଳେ ମାତ୍ର ନୂତନ ଭାବେ ୧୨ଟି ( ବିଜ୍ଞାପିତ ଅଞ୍ଚଳ) ର ବିଜ୍ଞପ୍ତି ପ୍ରକାଶ ପାଇଲା।ଏହି ତାଲିକା ରେ ଟାଙ୍ଗୀର ନାଁ ନାହିଁ।
ତେଣୁ ଟାଙ୍ଗୀ ବାସୀଙ୍କ ମନରେ ଏ ନେଇ ନୈରାଶ୍ୟ ଭାବ ଦେଖା ଦେଇଛି, ଏହି ଘଟଣା କୁ ନେଇ ଆଜି ଟାଙ୍ଗୀ ବିଜେଡି ପକ୍ଷରୁ ଆଜି ଟାଙ୍ଗୀ ଗ୍ରାମର ଶକ୍ତିପୀଠ ମା’ ରତ୍ନମାଳୀ ମନ୍ଦିର ପରିସରରେ ଏକ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ଯକ୍ଷ ରାମଚନ୍ଦ୍ର ମହାପାତ୍ର, ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ଶାନ୍ତନୁ ପ୍ରଧାନ, ରାଜନେତା ଓ ସଂଗଠକ ଅଶୋକ ମହାପାତ୍ର, ସଞ୍ଜୟ ହରିଚନ୍ଦନ, ବୁଲୁ ରାଉତଙ୍କ ସହ ବହୁ ୱାର୍ଡ ମେମ୍ବର ଓ ଟାଙ୍ଗୀ ଅଂଚଳ ର ବହୁ ବିଜେଡି ନେତା-କର୍ମୀ ଯୋଗଦେଇ ରାଜ୍ୟ ସରକାର ଟାଙ୍ଗୀ ଅଞ୍ଚଳବାସୀଙ୍କ ପ୍ରତି ଯେଉଁଭଳି ପାତର ଅନ୍ତର ନୀତି ଆପଣେଇଛନ୍ତି ତାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
ଏହା ସହ ବିଜେଡି ପକ୍ଷରୁ ଚଳିତ ମାସ ୨୫ ତାରିଖରେ ଟାଙ୍ଗୀକୁ (ବିଜ୍ଞାପିତ ଅଞ୍ଚଳ) ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟାଙ୍ଗୀ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ। ଟାଙ୍ଗୀ ଅଞ୍ଚଳର ବିକାଶ ପାଇଁ ଏବଂ ଟାଙ୍ଗୀକୁ (ବିଜ୍ଞାପିତ ଅଞ୍ଚଳ) ଘୋଷଣା ଦାବି ନେଇ ଜନ ଆନ୍ଦୋଳନରେ ବିଜେଡି କର୍ମୀ–ସମର୍ଥକ, ନେତାଙ୍କ ସହ ଟାଙ୍ଗୀର ସାଧାରଣ ଜନତା, ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜସେବୀ, ଯୁବଗୋଷ୍ଠୀ ମାନେ ଏଥିରେ ସାମିଲ ହେବା ପାଇଁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ଅପିଲ କରିଛନ୍ତି। ଅନ୍ୟପଟରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଟାଙ୍ଗୀ ଅଞ୍ଚଳକୁ ( ବିଜ୍ଞାପିତ ଅଞ୍ଚଳ ) ଘୋଷଣା ହେବ ବୋଲି ବିଜେପି ଦଳ ପକ୍ଷରୁ ସୂଚନା ମିଳିଛି।




0 Comments