ଗୁଣି ଗାରେଡ଼ି ସନ୍ଦେହ ରେ ଭାଇକୁ ହତ୍ୟା କଲା ଭାଇ, ଭାଉଜ ଗୁରୁତର ।

 ହତ୍ୟା ପରେ ସମ୍ପର୍କୀୟ ଭାଇଙ୍କ ସହ ତିନି ପୁତୁରାଙ୍କ ଆତ୍ମ ସମର୍ପଣ।



ନବରଙ୍ଗପୁର,୨୧।୮,(ଉତ୍କଳ ନ୍ୟୁଜ୍୭): ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସନ୍ଦେହ ରେ ଘଟିଛି ହତ୍ୟାକାଣ୍ଡ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦର୍ଗାଗୁଡ଼ା ଠାରେ ସମ୍ପର୍କୀୟ ଭାଈ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ ସୋମନାଥ ପୂଜାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଉଜ ରୁପନ୍ତି ପୂଜାରୀ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଭାଈକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ  ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।  ଗୁଣି ଗାରେଡି ଘଟଣା କୁ ନେଇ ମୃତକ ଓ ହତ୍ୟାକାରୀ ଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଆଜି ମୃତକ ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ଧାନ ବିଲ ରୁ ଘାସ ବଛା କାମ ସାରି ଫେରୁଥିବା ସମୟ ରେ ଏହି ଚାରି ଅଭିଯୁକ୍ତ ମାନେ ପୂର୍ବ ରୁ ଜମି ନିକଟ ରେ ଛକି ରହିଥିଲେ । ପ୍ରଥମେ ସୋମନାଥ କୁ ପଥର ରେ ଆକ୍ରମଣ କରିଥିଲେ  ସୋମନାଥ ସେଠାରେ ପଡି ଯିବାରୁ ତାଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ ।  ସୋମନାଥ ଙ୍କ ସ୍ତ୍ରୀ ରୁପନ୍ତି ସୋମନାଥ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟ ରେ ତାଙ୍କୁ ବି ଆକ୍ରମଣ କରିଥିଲେ । ସୋମନାଥ ଜମିରେ ପଡ଼ି ଛଟପଟ ଦେଖି କିଛି ବ୍ୟକ୍ତି ସୋମନାଥ ଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ସେତେବେଳେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତକ ଓ ହତ୍ୟାକାରୀ  ସମସ୍ତେ ଗୋଟିଏ ବଂଶ ର ହୋଇଥିବା ବେଳେ ପୂର୍ବରୁ ଅନ୍ୟ ପାଞ୍ଚ ଜଣଙ୍କ ଗୁଣି ଗାରେଡ଼ି ରେ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ।  ଏନେଇ ଉମରକୋଟ ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତିଙ୍କ ରେପୋର୍ଟ

Previous Post Next Post